Shree Jagannatha, is the "Aradhya Devata" of Odias & millions of Hindus across India & the world. He is worshiped as Brahmadaru at his Mula peetha at Puri. The divinity & worship of Shree Jagannatha, as the "Lord of Universe" is as timeless and as infinite as the cosmos itself.
The Shreemandira Parikrama will be a 75-meter corridor around Shree Jagannatha Temple at Puri. The intent of the project is to provide expansive, unobstructed corridors around the Meghanada Pacheri for giving an opportunity to devotees and pilgrims to have visual connect with the Temple, Neelchakra and Meghanada Pacheri. Shreemandira Parikrama will also serve the function of providing amenities for pilgrims and for strengthening safety & security of the temple and devotees.
ଶ୍ରୀ ଜଗନ୍ନାଥ ହେଉଛନ୍ତି ଅଗଣିତ ଓଡିଆ ତଥା ଭାରତ ଓ ବିଶ୍ଵର କୋଟି କୋଟି ହିନ୍ଦୁଙ୍କ ଆରାଧ୍ୟ ଦେବତା ରୂପେ ସୁବିଦିତ। ନିଜ ମୂଳାପୀଠ ପୁରୀଠାରେ ବ୍ରହ୍ମଦାରୁ ରୂପେ ପୂଜିତ ଶ୍ରୀ ଜଗନ୍ନାଥ ସମଗ୍ର ‘ବିଶ୍ଵ ନିୟନ୍ତା ବ ଜଗତର ନାଥ’ ଭାବରେ ଲାଭ କରିଥିବା ଅସୀମାତା ସମଗ୍ର ବ୍ରହ୍ମାଣ୍ଡର ଅପରିମେୟ ବ୍ୟାପ୍ତି ସଦୃଶ ଭକ୍ତିଭାଜନ ହୋଇପାରିଛି। ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ପରିପାର୍ଶ୍ଵରେ ୭୫ ମିଟର ପରିମିତ ଶ୍ରୀ ଜଗନ୍ନାଥ ଐତିହ୍ୟ କରିଡ଼ର (ପରିକ୍ରମା) ନିର୍ମିତ ହେବ ଯଦ୍ଵାରା ଅଗଣିତ ଭକ୍ତଗଣ ଅବାଧରେ ଶ୍ରୀମନ୍ଦିର , ନୀଳଚକ୍ର ଓ ମେଘନାଦ ପ୍ରାଚୀରକୁ ଦର୍ଶନ କରିପାରିବେ। ପୁନଶ୍ଚ ଏତଦ୍ଵାରା ତୀର୍ଥଯାତ୍ରୀଙ୍କୁ ମୌଳିକ ସୁବିଧା ମାନ ଉପଲବ୍ଧ ହେବା ସହ ମନ୍ଦିର ଓ ଭକ୍ତ ମାନଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରାଯାଇପାରିବ।